ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ

ନୂଆଦିଲ୍ଲୀ,୩/୦୯: ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ମାଓ ବିରୋଧୀ ଅପରେସନ ବେଳେ ଡିଆରଜି ଏବଂ ସିଆରପିଏଫକୁ ମିଳିଛି ବଡ଼ ସଫଳତା । ଆଜି ଛତିଶଗଡ଼ର ଦନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ଅତି କମରେ ନଅ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ତଥ୍ୟ ପାଇ ଏସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ, ଗତକାଲି ସଂପୃକ୍ତ ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ଥିଲା । ଦନ୍ତେୱାଡା ଅଞ୍ଚଳରେ ମାଓବାଦୀମାନେ ଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଏହି ସର୍ଚ୍ଚ ଅପରେସନ । ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏପର୍ଯ୍ୟନ୍ତ ଜାରି ରହିଥିବା ସୂଚନା ମିଳିଛି । ଏମିତିକି ସେଲଫ ଲୋଡିଂ ରାଇଫଲ ସହ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଘଟଣାସ୍ଥଳରୁ ଜବତ ହୋଇଛି । ଅପରେସନରେ ସାମିଲ ହୋଇଥିବା ସମସ୍ତ ସୁରକ୍ଷା କର୍ମୀ ସୁରକ୍ଷିତ ଥିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *