ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୫/୩: ଆଜି ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ ହେଉଛି। ଏହି ଅବସରରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ପାଇଁ ତାଙ୍କର ଭବିଷ୍ୟତ ଦୃଷ୍ଟିକୋଣ ଓ ମାନବ ସଶକ୍ତିକରଣ ତଥା ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି। ଓଡିଶାର ଉନ୍ନତି ଲାଗି ଓ ତାଙ୍କର ଉଦ୍ୟମ ପାଇଁ ଦେଶ ଗର୍ବିତ ।