ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ, ଚାଲିଗଲା ହୋମଗାର୍ଡଙ୍କ ଜୀବନ

ଭୁବନେଶ୍ୱର,୩/୦୯: ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ। ଯାହା ଫଳରେ ୩ ରାଉଣ୍ଡ ଓଲଟିଲା ପୁଲିସ ଗାଡ଼ି। ଗାଡ଼ି ତଳେ ଚାପି ହୋଇ  ହୋମଗାର୍ଡଙ୍କ ଜୀବନ ଚାଲିଯାଇଥିବା ବେଳେ ଆଇଆଇସି ଓ ପୁଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସୂଚନାଯୋଗ୍ୟ ଯେ ବିଳମ୍ବିତ ରାତିରେ ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଙ୍ଗ ଏବଂ ଚେକିଂ କରୁଥିଲେ। ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ଗାଡ଼ି ଛିଡା କରି ବାଇକରେ ଯାଉଥିବା ଯୁବକଙ୍କ ତନଖି ନିମନ୍ତେ ଅନ୍ୟ କର୍ମଚାରୀ ଓହ୍ଲାଇଥିବା ବେଳେ ହଠାତ ବାରିପଦାରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ପୁଲିସ ଗାଡ଼ିକୁ ଦ୍ରୁତ ବେଗରେ ଧକ୍କା ଦେଇଥିଲା। ପୁଲିସ ଗାଡ଼ି ଓଲଟିବା ଫଳରେ ଗାଡ଼ିରେ ଥିବା ଉଦଳା ଆଇଆଇସି ବନମାଳୀ ବାରିକ, ଡ୍ରାଇଭର ସଦାନନ୍ଦ ସିଂ ଗାଡ଼ି ଭିତରେ ଗୁରୁତର ହୋଇଥିଲେ।

Leave a Reply

Your email address will not be published. Required fields are marked *