ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ

ଭୁବନେଶ୍ୱର,୨/୦୯: ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଥିବାର ସୂଚନା ରହିଛି। ଖଣି ଉପନିର୍ଦ୍ଦେଶକଙ୍କ ଘର ବ୍ୟତୀତ ୮ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି। ସୂଚନା ଅନୁଯାୟୀ, ଭୁବନେଶ୍ବର, କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ତାଙ୍କର କେନ୍ଦୁଝରରେ ୧୫ଟି ଦୋକାନ ଘର ଥିବା ଏକ ମାର୍କେଟ କଂପ୍ଲେକ୍ସ ଥିବାର ପ୍ରାରମ୍ଭିକ ସୂଚନା ମିଳିଛି। ଏଣେ ଭୁବନେଶ୍ବରରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କର ଗୋଟିଏ ଫ୍ଲାଟ୍ ଥିବା ଜଣାଯାଇଛି। ତେଲକୋଇରେ ଗୋଟିଏ ଦୁଇ ମହଲା ଘର ନିର୍ମାଣାଧୀନ ରହିଥିବା ବେଳେ ଓ ଗୋଟିଏ ମହଲା ଘର ରହିଛି। ଏହାଛଡ଼ା ଘଟଗାଁରେ ଜଣେ ସଂପର୍କୀୟଙ୍କ ଘରେ ବି ଚଢଉ ଚାଲିଛି।

Leave a Reply

Your email address will not be published. Required fields are marked *