ଦୁର୍ଗାପୂଜା ଭସାଣିରେ ବାଜିବ ନାହିଁ ଡିଜେ, ବାଜିବ ପାରଂପରିକ ବାଜା

ଭୁବନେଶ୍ବର: ପାର୍ବଣ ଋତୁ ପାଖେଇ ଆସୁଛି ଯେତେ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମା’ଙ୍କ ପୂଜା ପାଇଁ ମାଟିଉଠା କାମ ହୋଇଯାଇଛି। ଦୁର୍ଗାପୂଜା ପାଇଁ ଏବେ ଠାରୁ ତୋରଣ କାମ ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏଥର କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବ ନାହିଁ। ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି। ଭସାଣି ବେଳେ କଟକ ଦୁର୍ଗାପୂଜାରେ ଦୁଲୁକିବ ପାରଂପରିକ ବାଜା।

ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ। ଶୋଭାଯାତ୍ରାରେ ୬ଟି ବକ୍ସ ହିଁ ବଜାଇପାରିବେ। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି।ସୂଚନାଯୋଗ୍ୟ ପୂର୍ବରୁ କମିସନରେଟ ପୁଲିସ ଗଣେଶ ପୂଜାଭସାଣିକୁ ଅନୁମତି ଦେଇ ନାହିଁ। ପାରଂପରିକ ବାଦ୍ୟରେ ଗଣେଶ ମୂର୍ତ୍ତି ଭସାଣି କରିବାକୁ ଅନୁମତି ଦେଇଛି।

ଚଳିତ ବର୍ଷ ଅକ୍ଟୋବର ୩ ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ଅବସରରେ ନବରାତ୍ର ଆରମ୍ଭ ହେବ। ଅକ୍ଟୋବର ୧୨ ତାରିଖରେ ଦଶହରା ପାଳନ କରାଯିବ। ସେହିପରି ଅକ୍ଟୋବର ୧୪ ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *