ମାଡି ଆସୁଛି ସାମୁଦିକ ଝଡ଼ ଆସନା, ସତର୍କ ରହିବାକୁ ସୂଚନା

ଭୁବନେଶ୍ୱର, ୧/୦୯: ଗୁଜରାଟ ମୁହାଁ ସାମୁଦିକ ଝଡ଼ ‘ଆସନା’। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଚ ଦେଇ ଅତିକ୍ରମ କରିବ। ଏହା ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସ୍ଥଳଭାଗ ମୁହାଁ ଗତି କରିବ । ଏଥିପାଇଁ ଅଧିକ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଗୁଜରାଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି। ଭଡ଼ଦୋରା, ଭରୁଚ, ଆନନ୍ଦ, ନର୍ମଦା, ପଞ୍ଚମହଲ, ଦାହୋଦ, ଛୋଟା ଉଦୟପୁରରେ ଆଗାମୀ କିଛି ଦିନ ଯାଏ ବର୍ଷା ଜାରି ରହିବ। ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ୩୬ଜଣଙ୍କ ଜୀବନ ଯାଇଥିବା ବେଳେ ୧୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୨ଶହରୁ ଅଧିକ ବିପନ୍ନଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି।