ରାଜ୍ୟରେ ଆଜି ୨୭୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୯।୧୦(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୨୭୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୪୯୫୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୯୯, କଟକରୁ ୧୮୯ , ଅନୁଗୁଳରୁ ୧୭୪, ସୁନ୍ଦରଗଡ଼ରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୁରଭଞ୍ଜ ରୁ ୧୧୦, ପୁରୀରୁ  ୧୦୯, ସମ୍ବଲପୁର ରୁ ୧୦୭, କଳାହାଣ୍ଡିରୁୁ ୧୦୧ ଜଣ ସୁସ୍ଥ ହୋଇଛନ୍ତି ।