ଗୁଜୁରାଟରେ ପ୍ରବଳ ବର୍ଷା ଜାରି, ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି

ନୂଆଦିଲ୍ଲୀ,୨୯/୦୮: ଗତ ତିନି ଦିନ ମଧ୍ୟରେ ଗୁଜୁରାଟରେ ପ୍ରବଳ ବର୍ଷା ଜାରି ରହିଛି। ଏହା ଫଳରେ ଅତି କମରେ ୨୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଆଜି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁଜୁରାଟର ୨୨ ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ବର୍ଷା ଜାରି ରହିଥିବା ଏହି ଅଞ୍ଚଳରେ ଗଭୀର ଲଘୁଚାପ କାରଣରୁ ପ୍ରବଳ ବର୍ଷା ହୋଇଛି।