ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା

ଭୁବନେଶ୍ବର,୨୭/୦୮: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି। ବିଧାନସଭାରେ ସେ କହିଛନ୍ତି, ପରିବାରର ପ୍ରତ୍ୟେକ ମହିଳାଙ୍କୁ ଶୁଭଦ୍ରା ଟଙ୍କା ମିଳିବ। ଏପରିକି ଗୋଟିଏ ପରିବାର ଭିତରେ ତିନି ଜଣ ଥିଲେ ମଧ୍ୟ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବ। ସେହିପରି ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅଙ୍କୁ ବି ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ନିର୍ଦ୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କର ଯୋଗ୍ୟତାର ମାନଦଣ୍ଡ ସରକାର ସ୍ଥିର କରିଥିବା ବେଳେ ଏଥିରେ ଠକିବାକୁ କେହି ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।