ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ

ଭୁବନେଶ୍ୱର,୨୭/୦୮: ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଜିଲ୍ଲାରେ ଚାଲୁଥିବା ଲକ୍ଷ୍ମୀ ବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ। ଏଥିଲାଗି ଯାତ୍ରୀ ହନ୍ତସନ୍ତ ହେଉଥିବା ପରିଲକ୍ଷିତ ହେଉଛନ୍ତି।

ଏହି ବସ ଯାତାୟତ କଲେ ଘରୋଇ ବସରେ ଯାତ୍ରୀ ନ ହେବା ସହ ଅନେକ କ୍ଷତି ସହିଛନ୍ତି ବସ ମାଲିକ ସଂଘ। ତେଣୁ ଏହି ବସ ଚଳାଚଳ ବନ୍ଦ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ  ରହିବ ଜିଲ୍ଲା ଘରୋଇ ବସ । ଏହାର ପ୍ରଭାବରେ ତମାମ ଜିଲ୍ଲାରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି।