ଭୁବନେଶ୍ୱର ବିମାନବନ୍ଦର ନିକଟରୁ ବିପୁଳ  ସୁନା ଓ ରୁପା ଜବତ, ୪ ଅଟକ

ଭୁବନେଶ୍ବର,୨୬/୦୮: ଭୁବନେଶ୍ୱର ବିମାନବନ୍ଦର ନିକଟରୁ ବିପୁଳ  ସୁନା ଓ ରୁପା ଜବତ ହୋଇଛି। ୨ଟି କଣ୍ଟେନରରୁ ୮୦ କିଲୋ ସୁନା ଓ ୧ କ୍ବିଣ୍ଟାଲ ରୁପା ଜବତ କରି ସିଟି-ଜିଏସ୍‌ଟିର ଟିମ୍‌ ତାଜୁବ ହୋଇଯାଇଛନ୍ତି। ଏହାର କାରଣ ହେଲା ସିଟି-ଜିଏସ୍‌ଟି ଟିମ୍‌ ଚଢ଼ାଉ ସମୟରେ ଏକକାଳୀନ ଏତେ ପରିମାଣରେ ସୁନା ଓ ରୁପା ମିଳି ନଥିଲା। ଜବତ ସୁନା ଓ ରୁପାର ମୂଲ୍ୟ ୩୦ କୋଟି ହେବ ବୋଲି ଆକଳନ କରାଯାଉଛି। ସିଟି-ଜିଏସ୍‌ଟି ଟିମ୍‌ ସୁନା, ରୁପା, ‌କଣ୍ଟେନର ଆଦି ସାମଗ୍ରୀ ଜବତ କରିବା ସହିତ ଏହି ବ୍ୟବସାୟ‌ରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।