ଜାମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ,୨୬/୦୮: ଜାମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ କରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ଉପତ୍ୟକାରେ ପଡିବାକୁ ଯାଉଛି ଭୋଟ୍‌। ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ଏହି ତାଲିକାରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବାଦ୍‌ ପଡିଛନ୍ତି। ୨୦୧୪ରେ ନିର୍ମଳ ସିଂହ ବିଲାୱର ବିଧାନସଭା ଆସନରୁ ଜିତିଥିଲେ। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ।ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍। ସେହିପରି ଅକ୍ଟୋବର ୧ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହରିଆଣା ଭୋଟ୍ ହେବ।