ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ଓପନର୍‌ ଶିଖର ଧଓ୍ୱନ

ନୂଆଦିଲ୍ଲୀ,୨୪/୦୮: ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ଓପନର୍‌ ଶିଖର ଧଓ୍ୱନ। ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ସୋଶାଲ ମିଡିଆ ଏକ୍ସରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ଶିଖର କ୍ରିକେଟରୁ ଅବସର ଘୋଷଣା କରିବା ବେଳେ ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି। ସେ ବିସିସିଆଇ, ଡିଡିସିଆଇ ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। କେବଳ ସେତିକି ନୁହେଁ ଭାରତୀୟ କ୍ରିକେଟ ଓ୍ୱାଲ୍ଡରେ ‘ଗବ୍ବର’ ନାମରେ ପ୍ରସିଦ୍ଧ ଥିବା ଶିଖର ତାଙ୍କ ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ମ୍ୟାଚ୍ ସମୟରେ ମୁଁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଏବଂ ଭଲପାଇବା ପାଇଛି ବୋଲି ସେ କହିଛନ୍ତି। ଶିଖର ଧଓ୍ୱନ୍‌ ନିଜ କ୍ୟାରିୟର୍‌ରେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୪୦ ଆଭରେଜରେ ୨ ହଜାର ୩୧୫ରନ ସଂଗ୍ରହ କରିଥିଲେ।