ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ, ଦର କମିବା ନେଇ ଗ୍ରାହକଙ୍କ ଆଶା

ଭୁବନେଶ୍ୱର,୨୨/୦୮: ରାଜ୍ୟରେ ଏବେ ଆଳୁ ରେଟ ଅଧିକ ରହିଛି । କିନ୍ତୁ ଏବେ ଚିନ୍ତା କରିବାର ନାହିଁ , ଓଡ଼ିଶା ପହଞ୍ଚିଲା ପଶ୍ଚିମବଙ୍ଗ ଆଳୁ। ପଶ୍ଚିମବଙ୍ଗ ଆଳୁକୁ ନେଇ ଗତକିଛି ଦିନ ହେଲା ଲାଗିରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି। କାରଣ ଯେଉଁ ବ୍ୟାରିକେଡ କରି ଆଳୁ ଟ୍ରକକୁ ଅଟକାଇଥିଲା ପଶ୍ଚିମବଙ୍ଗ, ତାହା ଏବେ ଖୋଲି ଦିଆଯାଇଛି। ଏହାସହ ଆଳୁ ଦର କମିବ ବୋଲି ଆଶା କରାଯାଉଛି। ଏହାସହ ଓଡ଼ିଶାକୁ ପ୍ରବେଶ କରିଛି ପଶ୍ଚିମବଙ୍ଗର ଆଳୁ ଟ୍ରକ। ପଶ୍ଚିମବଙ୍ଗ ସରକାରଙ୍କ ସହିତ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ଆଳୁ ଟ୍ରକ ଓଡ଼ିଶା ଆସିଛି। ଗତକାଲି ପଶ୍ଚିମବଙ୍ଗ ସରକାର ଓ ଆଳୁ ବ୍ୟବସାୟୀଙ୍କ ସହିତ ବୈଠକ ବସିଥିଲା। ଏହାପରେ ଓଡ଼ିଶାକୁ ପ୍ରବେଶ କରିଛି ପଶ୍ଚିମବଙ୍ଗର ଆଳୁ ଟ୍ରକ। ଏବେ ସ୍ଥିତି ସ୍ବାଭାବିକ ହେବା ଆଶା କରାଯାଉଛି। ଆଳୁ ଦର ମଧ୍ୟ କମିବ ବୋଲି ଗ୍ରାହକ ଆଶା ରଖିଛନ୍ତି।