ଜମ୍ମୁ କଶ୍ମୀରରେ ୧୫ ମିନିଟରେ ୨ ଥର ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ,୨୦/୦୮: ଆଜି ସକାଳେ ଜମ୍ମୁ କଶ୍ମୀରର ବାରାମୁଲ୍ଲା ଏବଂ ପୁଞ୍ଚରେ ଲଗାତାର ଦୁଇଥର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ଥିଲା । ସୂଚନା ଅନୁଯାୟୀ, ସକାଳ ୬ଟା ୪୫ ରେ ପ୍ରଥମେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଶୋଇଥିବା ଲୋକମାନେ ଉଠି ସମସ୍ତେ ନିଜ ଘରୁ ବାହାରି ଆସିଥିଲେ। ଭାଗ୍ୟବଶତଃ ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଥସୂଚନା ମୁତାବକ, ଆଜି ବାରାମୁଲ୍ଲାରେ ସକାଳ ୬.୪୫ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବାରାମୁଲ୍ଲା ଠାରୁ ୭୪ କିଲୋମିଟର ଦୂରରେ ଭୂମି ତଳେ ପାଞ୍ଚ କିଲୋମିଟର ଗଭୀରତାରେ ଥିଲା। ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଥିଲା। ଦ୍ୱିତୀୟ ଭୂକମ୍ପ ୬ଟା ୫୨ ମିନିଟରେ ହୋଇଥିଲା । ​​ଏହାର କେନ୍ଦ୍ର ମଧ୍ୟ ବାରାମୁଲ୍ଲା ଠାରୁ ୭୪ କିଲୋମିଟର ଦୂରରେ ଥିଲା । ଏହାର ତୀବ୍ରତା ୪.୮ ରେ ରେକର୍ଡ କରାଯାଇଥିଲା।