ମାର୍କେଟରେ ଏବେ ଆଳୁ ପରେ ପିଆଜ ପାଳି: ଚିନ୍ତାରେ ଗ୍ରାହକ, ରୋଷେଇ କରିବେ କଣ?

ଭୁବନେଶ୍ୱର,୧୯/୦୮: ରୋଷେଇ ଘରେ ମହଙ୍ଗା ମାଡ଼। ଅତି ବ୍ୟବହାର ହେଉଥିବା ପରିବା ଆଳୁ ଓ ପିଆଜ ରେ ହାତ ମାରି ହେଉନି। ଦର ବୃଦ୍ଧି ଉପରେ ଲାଗୁନାହିଁ ଲଗାମ । ହୁ ହୁ ହୋଇ ବଢୁଛି ପିଆଜ ଦର। ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବାବେଳେ ଏବେ ଚିନ୍ତାରେ ଖାଉଟି। ଖାଦ୍ୟ ଓ ଯୋଗାଣ ବିଭାଗର କଟକଣା ନଥିବାରୁ ବେଧଡକ ଭାବେ ଚଢା ଦରରେ ବିକ୍ରି ହେଉଛି ପିଆଜ । ଆଳୁ ଦର କିଲୋପ୍ରତି ୪୦ରୁ କମୁନଥିବାବେଳେ ଏବେ ପିଆଜ କିଲୋପ୍ରତି ୫୦ ଟଙ୍କା ଲୋକଙ୍କୁ ବାଧିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ୫୦ ଟଙ୍କା ହେଲାଣି । ଭୁବନେଶ୍ୱର ଏକ ନମ୍ୱର ହାଟରେ ପିଆଜ କଲୋ ପ୍ରତି ୫୦ ଟଙ୍କା ବିକ୍ରି ହେଉଥିବାବେଲେ ଖୁଚୁରା ଦୋକାନୀ ୫୨ରୁ ୫୫ ଟଙ୍କା ବିକ୍ରି କରୁଛନ୍ତି ।