ଆଜି ରାକ୍ଷୀ ପୂର୍ଣ୍ଣିମା: କେବେ ରହିଛି ଶୁଭ ମୁହୂର୍ତ୍ତ, ଜାଣନ୍ତୁ କେତେ ବେଳେ ଭାଇ ହାତରେ ବାନ୍ଧିବେ ରାକ୍ଷୀ?

ଭୁବନେଶ୍ୱର,୧୯/୦୮: ଆଜି ଭଉଣୀଟିଏ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ । ଦୀର୍ଘ ଜୀବନ କାମନା କରେ । ଆଉ ବଦଳରେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦିଏ । ଭାଇ ଓ ଭଉଣୀର ଅନାବିଳ ଭଲପାଇବା ଓ ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା । ଆଜି ସାରାଦେଶ ରାକ୍ଷୀ ପର୍ଣ୍ଣିମା ପାଳିତ କରୁଛି । ସାଧାରଣ ଭାବେ ହିନ୍ଦୁ ଧର୍ମାବଲମ୍ବୀ ପରିବାରେ ଏହି ପ୍ରଥା ପାଳିତ ହୁଏ । ଜ୍ୟୋତିର୍ବିଦଙ୍କ ଅନୁସାରେ, ୧୯ ଅଗଷ୍ଟ ଶ୍ରାବଣ ପୂର୍ଣ୍ଣିମା ଦିନ ଭୋର ୩ଟା ୪ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ, ଆଉ ଏହା ରାତି ୧୧ଟା ୫୫ ମିନିଟ ଯାଏଁ ରହିବ । ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଯାହାର ସମାପ୍ତ ୧ଟା ୨୯ ମିନିଟରେ ହେବ । ଏହି ଭଦ୍ରାକାଳରେ ସାଧାରଣ ଭାବେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ । କାରଣ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ଗଣନା କରଯାଏ । ମାନ୍ୟତା ଅନୁଯାୟୀ, ରାବଣଙ୍କ ଭଉଣୀ ତାଙ୍କୁ ଭଦ୍ରା କାଳରେ ହିଁ ରାକ୍ଷୀ ପିନ୍ଧାଇଥିଲା, ଆଉ ରାବଣର ବିନାଶ ହୋଇଥିଲା । ଏହାପରେ ଭଦ୍ରାକାଳରେ ରାକ୍ଷୀ ପିନ୍ଧାଇବାରୁ ଦୂରେଇ ରହିବାକୁ କୁହାଯାଏ । ଅର୍ଥାତ୍ ଆସନ୍ତାକାଲି ଦିନ ୧ଟା ୩୨ ପରେ ଆପଣ ନିଜ ଭାଇକୁ ରାକ୍ଷୀ ପିନ୍ଧାଇପାରିବେ । କାରଣ ସେତେବେଳକୁ ଏହି ଭଦ୍ରା ସମାପ୍ତ ହୋଇଯିବ। ରାକ୍ଷୀ ବାନ୍ଧିବା ପାଇଁ ଦିନ ୧ଟା ୩୨ରୁ ସଂଧ୍ୟା ୭ଟା ମଧ୍ୟରେ ସବୁଠାରୁ ଶୁଭ ମୁହୂର୍ତ୍ତ ।