ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ

ଭୁବନେଶ୍ୱର,୧୮/୦୮:ଆଗକୁ ଆସୁଛି ଗଣେଶ ପୂଜା। ଆଉ  ଏଥର ଗଣେଶ ପୂଜାରେ ରାଜଧାନୀରେ ଡିଜେ ବନ୍ଦ। ଏହା ବଦଳରେ ବାଜିବ ପାରମ୍ପରିକ ବାଦ୍ୟ। ଡିଜେ ଉପରେ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ଭୁବନେଶ୍ବରର ବିଭିନ୍ନ ପୂଜା କମିଟି ସହ ସମନ୍ବୟ ବୈଠକ ହୋଇଛି। ବିକୃତ ମୂର୍ତ୍ତି ନିର୍ମାଣ କିମ୍ବା ବିକୃତ ପୂଜା କଲେ କାର୍ଯ୍ୟାନୁଷ୍ଠାନର ମଧ୍ୟ ଚେତାବନୀ ଦେଇଛି ପୋଲିସ୍।ଏଥର ସେପେଟମ୍ୱର ୭ ତାରିଖରେ ଗଣେଶ ପୂଜା ପଡୁଛି । ତେଣୁ ଟ୍ବିନ ସିଟିରେ ଉଭୟ ମେଲୋଡି ଓ ଭସାଣିରେ ବାଜିପାରିବନି ଡିଜେ । କଟକ ପରେ ଭୁବେଶ୍ବରରେ ବି ଆଜି କମିଶନରେଟ ପୁଲିସ ଓ ରାଜଧାନୀର ବିଭିନ୍ନ କମିଟି ମଧ୍ୟରେ ବୈଠକ ବସିଥିଲା ।