ଉତର ପ୍ରଦେଶରୁ ଟ୍ରେନ ଯୋଗେ ଆଳୁ ଅଣାଯିବାକୁ ରାଜ୍ୟ ସରକାର ଯୋଜନା

ଭୁବନେଶ୍ୱର,୧୮/୦୮: ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଉତର ପ୍ରଦେଶରୁ ଟ୍ରେନ ଯୋଗେ ଆଳୁ ଅଣାଯିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଦୁଇଟି ଟ୍ରେନରେ ଏହି ଆଳୁ ଅଣାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଟ୍ରକରେ ୟୁପିରୁ ଆଳୁ ଆସୁଥିଲା। ହେଲେ ଏବେ ଟ୍ରେନରେ ଆଳୁ ଆଣିବାକୁ ଯୋଜନା କରାଯାଉଛି।