ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୪/୩: ସୁନ୍ଦରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାକାର ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ବନ୍ଧପାଲି ନିକଟ ଇବ୍ ନଦୀ ପଠାରେ ବିକ୍ଷିପ୍ତ ଭାବେ କଟାଅଂଶ ପଡିଥିବାର ଦେଖିବାକୁ ମିଳିଛି। ଏହାପରେ ସେଠାରୁ ସଦର ପୁଲିସ୍‌ ଖଣ୍ଡବିଖଣ୍ଡ ଅଂଶକୁ ଉଦ୍ଧାର କରିଛି। ଏହି ଘଟଣାର ତଦନ୍ତ ହେଉଛି। ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିନି। ଅନ୍ୟପଟେ କେହି ହତ୍ୟା କରି ମୃତ ଦେହକୁ ନଦୀପଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।