ନଭେମ୍ବର ୫ରୁ +2 ବିକଳ୍ପ ପରୀକ୍ଷା

ଭୁବନେଶ୍ୱର, ୧୯/୧୦(ଦି ପ୍ରଗତି ନ୍ୟୁଜ୍): ନଭେମ୍ବର ୫ରୁ +2ର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ବିକଳ୍ପ ପରୀକ୍ଷା କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଯେ ଯେଉଁ ଛାତ୍ରଛାତ୍ରୀ +2 ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଏହି ଅଫ୍‌ଲାଇନ ପରୀକ୍ଷା ଦେଇପାରିବେ। ଚଳିତ ବର୍ଷ କରୋନା ପାଇଁ +2 ପରୀକ୍ଷା ଅଧାରୁ ବାତିଲ କରା ଯାଇଥିବା ବେଳେ ବିକଳ୍ପ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ତେଣୁ ଏହି ଅଫଲାଇନ ପରୀକ୍ଷାର ଆୟୋଜନ କରାଯାଇଛି।