କିପରି କଟିବ ଆଜି ଆପଣଙ୍କ ଦିନ: ୪/୩/୨୦୨୧

ମେଷ:ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ଆଜି କୌଣସି ନୂଆ ଜାଗାରେ ନୂଆ ସାଙ୍ଗ ବନାଇ ପାରନ୍ତି । ଆଖ ପାଖରେ ଥିବା ଲୋକଙ୍କ ଠାରୁ କିଛି ସହୋଯୋଗ ମିଳିପାରେ ।

ବୃଷ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । କାର୍ଯ୍ୟରେ ସୁଧାର ଆସିପାରେ କେହି ଜଣେ ଆପଣଙ୍କୁ ଏକ ଭଲ ଉପାୟ କହିବା ଫଳରେ ଆପଣଙ୍କୁ ଏହି ଉପାୟ ଭଲ ଲାଗିବା ଯାହା ଆପଣ କରିବେ ଓ ଉପକୃତ ମଧ୍ୟ ହେବେ ।

ମିଥୁନ: ଘରେ ଆଜି ସୁଖ ସମୃଦ୍ଧି ବୃଦ୍ଧି ହେବ । ଆଜି ଯେକୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି ସେହି କାର୍ଯ୍ୟ ବହୁତ ଚିନ୍ତା କରି ସେହି ବିଷୟରେ ନିସ୍ପତି ନେଇ କାର୍ଯ୍ୟ କରିବା ଫଳରେ ସେହି କାର୍ଯ୍ୟରେ ସଫଳତା ପାଇବେ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ ।

କର୍କଟ: ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ତୁଳା: ଗୁରୁଜନଙ୍କ କଥା ମାନନ୍ତୁ ଆଶ୍ରିବାର୍ଦ ସହ କାମ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଚାକିରି କରୁଥିବା ବ୍ୟକ୍ତି ତାଙ୍କର ପଦ ଊର୍ଣ୍ଣତି ହୋଇପାରେ ।

ସିଂହ: ଆଜି ଆପଣଙ୍କର କାମ ହେଉ ହେଉ ରହିଯିବ ତେଣୁ କରି ଜଗି ରଖି କାମ କରିବାକୁ ଚେଷ୍ଟା କରନ୍ତୁ । ଗୁରୁଜନଙ୍କର ଶୁଭ ଦୃଷ୍ଟି ରଖିଥିବା ହେତୁ ମାନ ଓ ସଂମ୍ମାନ ବଢିବ ତାସହିତ ଯଦି ନିଜର କିଛି ବ୍ୟବସାୟ ଥାଏ ତେବେ ସେଥିରେ ମଧ୍ୟ ଊର୍ଣ୍ଣତି ହେବ ।

କନ୍ୟା: ଆପଣ ଧର୍ଯ୍ୟ ଧରି କାର୍ଯ୍ୟ କରି ଚାଳନ୍ତୁ ଏବେ ଆପଣଙ୍କର ସମୟ ଭଲ ନାହିଁ କିନ୍ତୁ ଏହାର ପରବର୍ତୀ ସମୟରେ ନିଜର ବହୁତ ଊର୍ଣ୍ଣତି ହେବାର ଦେଖିବେ । ଚେଷ୍ଟା କରିବା ଫଳରେ ଆଜି ଆପଣଙ୍କୁ କିଛି ଜିନିଷ ମିଳିପାରେ । ବାଦ ବିବାଦରୁ ବଞ୍ଚି ରୁହନ୍ତୁ ।

ବିଛା: ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ ।

ଧନୁ: ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । ଆଜି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ସବୁ କାର୍ଯ୍ୟ ଆପଣଙ୍କର ଅସଫଳ ହୋଇଯିବ ଓ କାର୍ଯ୍ୟରେ ବହୁତ ବାଧା ଆସିବ ।

ମକର: ଆଜି କୌଣସି କାର୍ଯ୍ୟରେ ବାହାରକୁ ଯାତ୍ରା କରି ପାରନ୍ତି । ଯଦି ଆପଣଙ୍କ କାହାକୁ ଧନ ଦେଇଛନ୍ତି ତେବେ ଆପଣଙ୍କର ସେହି ଧନ ବହୁତ ଶୀଘ୍ର ପାଇବେ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପରେ ରହିପାରାନ୍ତି ।

କୁମ୍ଭ: ଆଜି ନିଜ ମନ ବିଚଳିତ ହେବା ଫଳରେ ବହୁତ ଚିନ୍ତାରେ ରହିବେ କିଛି ଅସୁବିଧା ଦେଖା ଦେଇପାରେ । ଗାଡି ଓ ଜମି ଭଳି ଜିନିଷ ଆଜି କିଣି ପାରନ୍ତି ଏଥିରେ କୌଣସି ବାଧା ଆସିବ ନାହିଁ ।

ମୀନ: ଯଦି ଆପଣଙ୍କର କୋଟ କଚରି କିଛି ମାମଲା ଥାଏ ତେବେ ଆଜି ସେହି ଜିନିଷ ଆପଣଙ୍କର ପକ୍ଷରେ ଯାଇପାରେ ଓ ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି ।