ପତାକା ଉତ୍ତୋଳନ ସହ ରାଜ୍ୟବାସୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୮: ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ପାଇର ବିଦ୍ରୋହରେ ଯୋଦ୍ଧାମାନଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାଧୀନତା ସଂଗ୍ରାମୀ ଆମର ଚିର ନମସ୍ୟ । ଓଡିଶା ଭାରି ସ୍ୱାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ଆମ ବୀର ସଂଗ୍ରେମୀମାନେ ଇଂରେଜଙ୍କୁ ଦୋହଲାଇଦେଇଥିଲେ । ଯେତେବେଳେ ଅସ୍ମିତାର କୁଠାରଘାତ ହୋଇଛି, ତାକୁ ଓଡିଆ ଦମନ କରିଛନ୍ତି । ଏହାସହ କିପରି ଓଡିଶାର ଅର୍ଥନୀତିକୁ ଆଗକୁ ବଢାଇ ହେବ ସେନେଇ ମଧ୍ୟ ଅଭିଭାଷଣରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ଅର୍ଥନୀତିକୁ ଆହୁରି ବିକଶିତ କରିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଅର୍ଥନୀତି ୩ଟ୍ରିଲିୟନ୍ ହେବ । ଭାରତକୁ ବିଶ୍ୱଗୁରୁ କରିବାର ପଥରେ ଆମେ ସହାୟକ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।