ଫୋଗାଟଙ୍କ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ଆବେଦନ ଖାରଜ କଲେ ସିଏଏସ୍

ନୂଆଦିଲ୍ଲୀ, ୧୪/୦୮: ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ଆବେଦନ ଖାରଜ କଲେ ସିଏଏସ୍ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ସେ ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା ହୋଇଥିଲେ, ଏହାପରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭିନେଶ ଫୋଗାଟ । ନିର୍ଦ୍ଧାରିତ ଓଜନଠୁ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ଫାଇନାଲ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ ଭିନେଶ। ତେଣୁ ଏନେଇ ସେ ସିଏଏସଙ୍କ ନିକଟରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। କିନ୍ତୁ ଗତ ୩ ଥର ଶୁଣାଣିକୁ ଘୁଞ୍ଚାଇ ଘୁଞ୍ଚାଇ ଶେଷରେ ଭିନେଶଙ୍କୁ ମେଡାଲ ଦେବାକୁ ମନା କରିଦେଇଛନ୍ତି ସିଏଏସ୍ ।