ଆଳୁ ସଙ୍କଟ ପାଇଁ ମମତାଙ୍କୁ ଫୋନ କଲେ ମୋହନ

ଭୁବନେଶ୍ୱର, ୧୧/୦୮: ଆଳୁ ସମସ୍ୟାର ସମାଧାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଫୋନ୍ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପ୍ରାୟ ମାସେ ହେବ ଆଳୁ ଅଭାବ ପାଇଁ ହଇରାଣ ହେଉଛି ଓଡ଼ିଶା । ପଶ୍ଚିମବଙ୍ଗର କଟକଣା ହେତୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ତେଣୁ ଆଳୁ ଯୋଗାଣକୁ ସ୍ୱାଭାବିକ କରିବାକୁ ମମତାଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ମୋହନ ପୂର୍ବରୁ ନୂଆଦିଲ୍ଲୀରେ ମମତାଙ୍କୁ ଭେଟିବା ପରେ ଆଳୁ ଯୋଗାଣ ସ୍ୱାଭାବିକ ହୋଇଥିଲା। ହେଲେ ଏବେ ପୁଣଥିରେ ଆଳୁ ସଙ୍କଟ ଉତ୍କଟ ହେବାରୁ ମମତାଙ୍କ ପାଖକୁ ଫୋନ୍ ବୁଲାଇଛନ୍ତି ମୋହନ ।ଭୁବନେଶ୍ୱର ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି କିଲୋକୁ ଶହେ ଟଙ୍କାରେ ଆଳୁ କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଅନ୍ୟପଟେ ଆଳୁର ଯେପରି କଳାବଜାରୀ ନହେବ ସେଥିପାଇଁ ବିଭିନ୍ନ ହାଟରେ ଅଚାନକ ଚଢାଉ କରୁଛି ଯୋଗାଣ ବିଭାଗ।