ମନିଷ ସିସୋଦିଆଙ୍କ ଜାମିନ ଆବେଦନକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୯/୦୮:  ୧୭ ମାସ ପରେ ଜେଲରୁ ବାହାରିବେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ମନିଷଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଜି ସନ୍ଧ୍ୟାରେ ଜେଲ୍‌ରୁ ବାହାରି ପାରନ୍ତି ମିନିଷ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନକୁ ନାମଞ୍ଜୁର କରିଥିବା ବେଳେ ଏହାକୁ ଚାଲେଞ୍ଜ କରି ସେ ସୁପ୍ରିମକୋଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।ତେବେ ଜାମିନ ନେଇ ଦୁଇଟି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ । ପ୍ରଥମ ସର୍ତ୍ତ ହେଉଛି ମିନିଷଙ୍କୁ ନିଜ ପାସପୋର୍ଟ ଜିମା ଦେବାକୁ ପଡ଼ିବ । ଏବଂ ଦ୍ବିତୀୟରେ ପ୍ରତି ସୋମବାର ଥାନାକୁ ଯାଇ ହାଜିରା ପକାଇବାକୁ ପଡ଼ିବ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ଗିରଫ ହୋଇଥିଲେ ମନିଷ । ଦୀର୍ଘ ୧୭ ମାସ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ମିଳିଛି ।