ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର, ଖୋଲିଲା ୬ଟି ଗେଟ୍

ଭୁବନେଶ୍ୱର,୯/୦୮: ଛତିଶଡରେ ପ୍ରବଳ ବର୍ଷା ଲାଗି ରହିଛି । ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ଭଣ୍ଡାରକୁ ଇନଫ୍ଲୋ ବଢିବା ଫଳରେ ଆଉ ୬ଟି ଗେଟ୍ ଖୋଲାଯାଇଛି। ଆଗରୁ ୮ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଥିଲା। ଆଜି ଆହୁରି ୬ଟି ଗେଟ୍ ଖୋଲାଯାଉଛି। ବର୍ତ୍ତମାନ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୬୧ ହଜାର ୭୬୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୭ ହଜାର ୪୪୮କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ୬୧୧.୬୭ ଫୁଟରେ ପହଞ୍ଚିଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦରେ ଅଧିକ ଗେଟ୍ ଖୋଲାଯିବା ଫଳରେ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି।