ଗାଡି ଧକ୍କାରେ ୩ମୃତ, ଜଣେ ଗୁରୁତର

ଭୁବନେଶ୍ୱର, ୩/୩: ସମ୍ବଲପୁର ବରେଇପାଲି ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ଏକ ଅଜଣା ଗାଡି ଧକ୍କାରେ ୩ ଜଣଙ୍କ ର  ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ୨ଟି ବାଇକ୍‌ରେ  ୪ ଜଣ ଥିଲେ । କିନ୍ତୁ ୩ଜଣଙ୍କର ମୃତ୍ୟୁ ହୋଇଛି ଓ ଆଉ ଜଣେ ଗୁରୁତରଙ୍କ ଅବସ୍ଥା ସାଂଘାତିକ ହୋଇଯିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତାହତମାନେ ହୀରାକୁଦ ଅଂଚଳର ହୋଇଥିବା ସୂଚନା ମିିଳିଛି। ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।