ଲୋକସଭାରେ ୱାକଫ ସଂଶୋଧନ ବିଲ୍ ୨୦୨୪ ଆଗତ

ଭୁବନେଶ୍ୱର,୮/୮: ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ ୨୦୨୪ ଉପସ୍ଥାପିତ କରିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ ୨୦୨୪ ଆଗତ କରାଯାଇଛି। ଏହି ବିଲ୍ ଆଗତ ହେବା ମାତ୍ରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ।ଧର୍ମ ଆଧାରରେ ଦେଶକୁ ଦୁଇ ଭାଗ କରିବା ଉଦ୍ଦେଶ୍ୟରେ ଏହା କରାଯାଉଥିବା ବିରୋଧୀ କହିଛନ୍ତି। ଏଥିସହ ୱାକଫ ସମ୍ପତ୍ତି ଜବତ ଏବଂ ଏହି ବିଲ୍ ମୁସଲମାନଙ୍କର ଶତ୍ରୁ ବୋଲି ଓୱେସି କହିଛନ୍ତ।

ସୂଚନାଯୋଗ୍ୟ ଯେ ୱାକଫ ସଂଶୋଧନ ବିଲ୍ ମାଧ୍ୟମରେ ପୁରୁଣା ନିୟମରେ ଥିବା ପ୍ରାୟ ୪୦ଟି ପରିବର୍ତ୍ତନ ପାଇଁ ଦାବି ଉପସ୍ଥାପିତ ହୋଇଛି। ୧୯୯୫ ଏବଂ ୨୦୧୩ର ୱାକଫ୍ ନିୟମରେ ସଂଶୋଧନ କରାଯିବ। ଏହି ବିଲରେ ୧୯୯୫ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ ୧୯୯୫ ରଖାଯିବ।