ପ୍ୟାରିସ ଅଲିମ୍ପିକ୍ସ, ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୮/୦୮: ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକି ଟିମକୁ ବଡ ସଫଳତା । ଅଲିମ୍ପିକ୍ସ ହକିରେ ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ ପଦକ । ଅଧିନାୟକ ହରମନପ୍ରିତ ସିଂ ଡବଲ ଗୋଲ କରିଛନ୍ତି । ସେହିପରି ଶ୍ରୀଜେଶଙ୍କ ମଧ୍ୟ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ବ୍ରୋଞ୍ଜ ପଦକ ଜିତିଛି ।