ଭିଜିଲାନ୍ସ ଜାଲରେ ଆଠଗଡ ବିଡିଓ

ଭୁବନେଶ୍ୱର,୭/୦୮: ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ରେଡ୍ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମନଗର ସ୍ଥିତ ଶ୍ରୀ ଏନକ୍ଲେଭ୍ ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା,ରାଜ ସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟସରେ ରେଡ୍ କରାଯାଇଛି। ଏହି ଚଢ଼ାଉରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି।