ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ୍ ହସୀନା

ନୂଆଦିଲ୍ଲୀ, ୫/୦୮: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସୀନା । ଏହାପରେ ସେ ନିଜ ଭଉଣୀଙ୍କ ସହ ଦେଶ ଛାଡି ପଳାୟନ କରିଥିବା ଖବର ଜଣାପଡିଛି । ଦେଶ ଛାଡିବା ପରେ ହସୀନା ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ଇସ୍ତଫା ପରେ ସେଠିକାର ସେନା ଖୁବ ଶୀଘ୍ର ସରକାର ଅନ୍ତରୀଣ ସରକାର ଗଢିବ ବୋଲି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସଂରକ୍ଷଣ ଦାବିକୁ ନେଇ ବାଂଲାଦେଶରେ ଲଗାତାର ଖରାପ ହେଉଛି ସ୍ଥିତି । ଏହା ଭିତରେ ଶେଖ୍ ହସୀନାଙ୍କ ଇସ୍ତଫା ପରେ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି ସେନା ମୁଖ୍ୟ ।