ଦୁଇଟି ପର୍ୟ୍ୟାୟରେ ୯ଦେଶର ବାୟୁସେନା ନିଜର ନିଜର ଲଢ଼ୁଆ ବିମାନ ସହ କରିବେ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର,୪/୦୮: ୯ଦେଶର ବାୟୁସେନା ନିଜର ନିଜର ଲଢ଼ୁଆ ବିମାନ ସହ ଭାରତର ଆକାଶରେ ଶକ୍ତି ପ୍ରଦର୍ଶନନ କରିବେ। ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ଫ୍ରାନ୍ସ, ବିଟ୍ରେନ, ସ୍ପେନ, ୟୁଏଇ, ସିଙ୍ଗାପୁର, ଗ୍ରୀସ,ସ୍ପେନ ଓ ବାଂଲଦେଶ ଏକାଠି କରିବେ ମିଳିତ ସେନା ଅଭ୍ୟାସ । ଏହି ଯୁଦ୍ଧାଭ୍ୟାସର ନାଁ ରହିଛି ତ୍ରିରଙ୍ଗ ଶକ୍ତି ।ଦୁଇଟି ପର୍ୟ୍ୟାୟରେ ହେବ ଯୁଦ୍ଧାଭାସ । ପ୍ରଥମଟି ଅଗଷ୍ଟ ୬ରୁ ୧୪ ଓ ୨ୟ ଚରଣ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୨ ଯାଏଁ ହେବ ପ୍ରଥମ ଚରଣ ତାମିଲନାଡୁ ଓ ୨ୟଚରଣ ରାଜସ୍ଥାନ ଯୋଧପୁରରେ ଆୟୋଜିତ କରାଯିବ ।ଏଥିରେ ୮୦ରୁ ଅଧିକ ଯୁଦ୍ଧବିମାନ ଶକ୍ତି ପ୍ରଦର୍ଣନ କରିବେ ।