୮ କୋଟି ଟଙ୍କାର ଜାଲ୍‌ ନୋଟ୍ ଜବତ

ଭୁବନେଶ୍ୱର, ୨/୩: କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ନକଲି‌ ନୋଟ୍ ଜବତ ହୋଇଥିବା ସୂଚନା ମିଳିଛି। ଏହି ଜାଲ ନୋଟ ସୁଙ୍କି ଆଉଟପୋଷ୍ଟ ନିକଟରୁ ଜବତ କରିଛି ପଟାଙ୍ଗୀ ପୋଲିସ । ଛତିଶଗଡ଼ ଯାଉଥିବା ବେଳେ ନକଲି ନୋଟ ଭାରି ହୋଇଥିବା କାର୍‌ ଜବତ କରିଛି ପୋଲିସ।ଏହା ସହ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ଜାଲ୍‌ ନୋଟ ଜବତ ନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ଅପରାହ୍‌ଣ ୩ଟାରେ ଏସପି ଏହି ଘଟଣାରେ ଏକ  ସାମ୍ବାଦିକ ସମ୍ମିଳନୀ କରିବେ।