ଇସ୍ରାଏଲକୁ ସମସ୍ତ ବିମାନ ଉଡ଼ାଣକୁ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଉଡ଼ାଣକୁ ବାତିଲ କରିଦେଇଛି। ଶୁକ୍ରବାର ଦିନ ବିମାନ କମ୍ପାନୀ ସୂଚନା ଦେଇଛି ଯେ ଅଗଷ୍ଟ ୮ ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରାଯାଇଛି। କମ୍ପାନୀ କହିଛି ଯେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା, ତେଣୁ ଇସ୍ରାଏଲର ତେଲଅଭିବକୁ ସମସ୍ତ ଉଡ଼ାଣକୁ ବାତିଲ କରାଯାଇଛି। ହାନିୟେହ ପରେ ହମାସ ସାମରିକ ମୁଖ୍ୟ ମହମ୍ମଦ ଡିଫ୍‌କୁ ବିମାନ ଆକ୍ରମଣ କରି ନିପାତ କରାଯାଇଛି | ତେହେରାନରେ ହମାସ ମୁଖ୍ୟ ଇସମାଇଲ ହାନିୟେହର ମୃତ୍ୟୁ ପରେ ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ ଚେତାବନୀ ଦେଇଛି।ଇରାନର ଚେତାବନୀ ପରେ ମଧ୍ୟ ଏସିଆ ଅଞ୍ଚଳରେ ପରିସ୍ଥିତି ତିକ୍ତ ହୋଇ ରହିଛି। ଗତ ବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି।