ଏବେ ପଶ୍ଚିମବଙ୍ଗ ନୁହେଁ ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ !

ଭୁବନେଶ୍ୱର,୧/୦୮: ଏବେ ପଶ୍ଚିମବଙ୍ଗ ନୁହେଁ ଏଣିକି ଉତ୍ତରପ୍ରଦେଶରୁ ଆସିବ ଆଳୁ। ଯାହାର କ୍ୱାଲିଟି ମଧ୍ୟ ଭଲ ରହିଛି। ଦୀର୍ଘ ଦିନ ଧରି ରାଜ୍ୟରେ ଆଳୁ ସମସ୍ୟା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ନୀତିଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। କିନ୍ତୁ ସମାଧାନ ହେଲାନାହିଁ । ତେଣୁ ଆଜି ସଚିବାଳୟରେ ବ୍ୟବସାୟୀ ମହାସଂଘ ସହ ବୈଠକ ହୋଇଥିଲା । ସେଥିରେ ପଶ୍ଚିମବଙ୍ଗରୁ ଆଉ ଆଳୁ ନଆଣିବାକୁ ନିଷ୍ପତ୍ତି ହୋଇଛି। ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି, ପ୍ରଥମ ପର୍ଯ୍ୟାୟରେ ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆଣିବା କମାଇ ଦିଆଯିବ।ଏହାପରେ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ୟୁପିରୁ ରୁ ୨୦ ଟ୍ରକ ଆଳୁ ଆଣିବା ପାଇଁ ଅନୁମତି ମିଳିଛି। ଯେଉଁ ଆଳୁ ଆସିବ ତାହା ଦର ୩୦ ଟଙ୍କା ଭିତରେ ରହିବ।