ଇରାନରେ ହମାସର ଶୀର୍ଷ ନେତା ଇସମାଇଲ ହାନିୟା ମୃତ

ନୂଆଦିଲ୍ଲୀ, ୩୧/୦୭: ୯ ମାସ ଧରି ହମାସ ବିପକ୍ଷ ଯୁଦ୍ଧରେ ଇସ୍ରାଏଲକୁ ବଡ଼ ସଫଳତା ମିଳିଛି । ଇରାନରେ ହମାସର ଶୀର୍ଷ ନେତା ଇସମାଇଲ ହାନିୟାଙ୍କୁ ହତ୍ୟା କରିଛି ଇସ୍ରାଏଲ । ଇରାନ ରାଜଧାନୀ ତେହରାନରେ ଇସମାଇଲ ରହୁଥିବା ବାସଭବନ ଉପରେ ଆକ୍ରମଣ କରିଥିବା ବେଳେ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ହମାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ମୃତ୍ୟୁର ଦିନକ ପୂର୍ବରୁ ମଙ୍ଗଳବାର ଦିନ ଇସମାଇଲ ହାନିୟା ଇରାନ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ଅକ୍ଟୋବର ୭ରେ ଇସ୍ରାଏଲରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ବେନଜାମିନ ନେତନ୍ୟାହୁ । ଏହି ଆକ୍ରମଣରେ ୧୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ ନାଗରିକଙ୍କୁ ହମାନ ପକ୍ଷରୁ ବନ୍ଧକ ରଖାଯାଥିଲା ।