ବନ୍ଦ ହେଲା ହୀରାକୁଦର ୨ଟି ଗେଟ

ଭୁବନେଶ୍ୱର,୩୧/୦୭: ଉପର ମୁଣ୍ଡରେ କମିଲା ବର୍ଷା। ଯାହା ଫଳରେ ହୀରାକୁଦରେ ଜଳସ୍ତର କମିଛି । ତେଣୁ ବନ୍ଦ ହେଲା ହୀରାକୁଦର ୨ଟି ଗେଟ। ଏବେ ୧୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧ ଦଶମିକ ୮୫ ଫୁଟ ରହିଛି। ପ୍ରତି ସେକେଣ୍ଡେରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୧ ଲକ୍ଷ ୫୭ ୨୭୨ କ୍ୟୁସେକ୍ ଜଳ। ସେହିପରି ନିଷ୍କାସିତ ହେଉଛି ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ। ସେପଟେ ମୁଣ୍ଡଳିର ଜଳସ୍ତର କମିବାରେ ଲାଗିଛି। ପ୍ରତି ସେକେଣ୍ଡେରେ ପ୍ରବାହିତ ହେଉଛି ୪ଲକ୍ଷ ୮୦ ହଜାର ୨୭ କ୍ୟୁସେକ ଜଳ।