ରାଜ୍ୟରେ ସୁସ୍ଥ ହେଲେ ଆଜି ଆଉ ୭୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧/୩: ରାଜ୍ୟରେ ଆଜି ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ଆଉ ୭୬ କରୋନା ଆକ୍ରାନ୍ତ । ଏହାସହ ରାଜ୍ୟରେ କରୋନା ସୁସ୍ଥ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୪୭କୁ ବୃଦ୍ଧି ପାଇଛି।
ସୁନ୍ଦରଗଡ଼ରୁ ସର୍ବାଧିକ ୧୪, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୭ ସୁସ୍ଥ । ଭଦ୍ରକରୁ ୬, ମୟୂରଭଞ୍ଜ ଓ ନୂଆପଡ଼ାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ମିଳିଛି।