Delhi Coaching Centre Tragedy: କୋଚିଂ ସେଣ୍ଟରରେ ବଡ଼ ଅଘଟଣ; ବେସମେଣ୍ଟରେ ସ୍ୱେରେଜ ପାଣି ପଶିଯିବାରୁ ୩ ଛାତ୍ର ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ,୨୮/୦୭:ରାଜଧାନୀ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ବଡ଼ ଅଘଟଣ। ବେସମେଣ୍ଟରେ ସ୍ୱେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ଏନଡିଆରଏଫ ମୃତଦେହ ଉଦ୍ଧାର କରିବା ସହ ଅନ୍ୟ ନିଖୋଜ ମାନଙ୍କୁ ଖୋଜାଖୋଜି କରୁଛି।

ଦିଲ୍ଲୀ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଏଭଳି ଦୁର୍ଘଟଣା ଘଟିଛି। ଚାହୁଁ ଚାହୁଁ ବେସମେଣ୍ଟରେ ୧୨ଫୁଟ ଉଚ୍ଚର ପାଣି ଛୁଇଁ ସାରିଥିଲା। ଡ୍ରେନ କିମ୍ବା ସ୍ବେରେଜ୍ ଫାଟିଯିବା ଫଳରେ ବେସମେଣ୍ଟକୁ ପାଣି ମାଡ଼ିଆସିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି। ଏନଡିଆରଏଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ବେସମେଣ୍ଟରୁ ପାଣି ନିଷ୍କାସନ କରିବା ସହିତ ୩ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ବେସମେଣ୍ଟରେ ପାଣି ଆସିବା ପୂର୍ବରୁ ପ୍ରାୟ ୩୦ ଅଧିକ ଛାତ୍ରଛାତ୍ରୀ ଲାଇବ୍ରେରୀରେ ପାଠ ପଢୁଥିବା ବେଳେ ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ରହିଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।