ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଭବେ ଲଢ଼ିବେ କମଲା ହ୍ୟାରିସ

ନୂଆଦିଲ୍ଲୀ,୨୭/୦୭: ନିର୍ବାଚନ ପାଇଁ ପ୍ରସ୍ତୁତ କମଲା ହ୍ୟାରିସ । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଭବେ ହ୍ୟାରିସ ଲଢ଼ିବା ନେଇ ଆରମ୍ଭ ହୋଇଛି ସଜବାଜ। ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ଡେମୋକ୍ରାଟିକ ପାର୍ଟିର ସବୁଠୁ ଚର୍ଚ୍ଚିତ ଚେହେରା କମଲା ହ୍ୟାରିସ । ରେସରୁ ବାଇଡେନ ଓହରି ଯିବା ପରେ ଟ୍ରମ୍ପଙ୍କୁ କିଏ ଟକ୍କର ଦେବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ଯାହାର ଅନ୍ତ ଘଟିଛି ଏବେ । ଜଣେ ଭାରତୀୟ ବଂଶୋଦ୍ଭବ ଦେବେ ଟ୍ରମ୍ପଙ୍କୁ ଟକ୍କର୍ । ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀପତ୍ରରେ ସ୍ୱାକ୍ଷର କରିଥିବା ନେଇ କମଲା ନିଜେ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ଗତଥର ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିବା ହାରିସ୍ ଏଥର ରାଷ୍ଟ୍ରପତି ନିର୍ବାଚନ ଲଢିବେ ।