ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୨୬/୦୭: ଉତର ବଙ୍ଗୋପସାଗର ଓ ବାଙ୍ଗଲାଦେଶ ସଂଲଗ୍ନ ଅଂଚଳରେ ସୃଷ୍ଟି ହେଇଛି ଏକ ଲଘୁଚାପ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଉତର ବଙ୍ଗୋପସାଗରରେ ଏ ମାସରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଏଥିସହ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଲଘୁଚାପଟି ଉତର ଓଡିଶାରେ ରହିବ । ଲଘୁଚାପ ଅଧୀକ ଘନୀଭୁତ ହୋଇ ଦୁଇ ଦିନ ଭିତରେ ପଶ୍ଚିମ ଓ ଉତର ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଉପକୂଳରେ ପହଂଚିବ। ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବିଙ୍କୁ ସତର୍କ କରି ଦିଆଯାଇଛି। ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ଅଭାବ ପୁରଣ ହୋଇଯାଇଛି।