ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା

ନୂଆଦିଲ୍ଲୀ,୨୩/୦୭: ସଂସଦରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ସମସ୍ତ ଔପଚାରିକତା ଶେଷ ପରେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ସଂସଦରେ ଉପସ୍ଥିତ ହୋଇଥିଲେ ମନ୍ତ୍ରୀଗଣ ଓ ସବୁ ଦଳର ସାଂସଦ । ଏହାପରେ ବାଚସ୍ପତି ଗୃହକୁ ସମ୍ବୋଧନ କରିବା ପରେ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ତେବେ ବଜେଟରେ ଅନେକ କିଛି ପ୍ରସଙ୍ଗ ଥିଲେ ବି ବିଶେଷ କରି ଡିଜେଲ , ପେଟ୍ରୋଲ ଦର, ଆଇଟି ରିଟର୍ଣ୍ଣ, ଓ ଅତ୍ୟାବଶ୍ୟକ ଦରଦାମ ନେଇ କ’ଣ ବଜେଟ୍ ରହିଛି ତାକୁ ସମସ୍ତଙ୍କ ଅପେକ୍ଷା ।