ନିର୍ବାଚନ ଲଢ଼ିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ,୨୨/୦୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ  ଜୋ ବାଇଡେନଙ୍କ ପୂର୍ଣ୍ଣଚ୍ଛେଦ। ରାଷ୍ଟ୍ର ଉଦ୍ଦେଶ୍ୟରେ ଚିଠି ଲେଖି ବାଇଡେନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଚିଠିରେ ଉଲ୍ଲେଖ କରିଛନ୍ତି ।ଚିଠିରେ ବାଇଡେନ ଲେଖିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ସେବା କରିବା ଜୀବନର ସବୁଠୁ ସମ୍ମାନର ବିଷୟ । ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା । କିନ୍ତୁ ଦେଶ ଓ ଡେମୋକ୍ରାଟିକ ପାର୍ଟିର ହିତକୁ ଅଖିରେ ରଖି ପୁଣି ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । କେବଳ ରାଷ୍ଟ୍ରପତି ଭାବେ କାର୍ୟ୍ୟକାଳ ପୂରା କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଚିଠିରେ ଲେଖିଛନ୍ତି ଜୋ ବାଇଡେନ ।