ଆସନ୍ତାକାଲି ଅର୍ଚ୍ଚିତାଙ୍କୁ ବାହା ହେବେ ସବ୍ୟସାଚୀ

ଭୁବନେଶ୍ୱର, ୨୮/୨: ଆସନ୍ତାକାଲି ଓଲିଉଡ଼ର ନାମିଦାମୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବାହା ହେବେ ଅଭିନେତା ସବ୍ୟସାଚୀ ମିଶ୍ର । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସେମାନଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସବ୍ୟସାଚୀ । ସବ୍ୟସାଚୀ ପାଗଳପ୍ରେମୀ ଭାବେ ବେଶ ପରିଚିତ।