ଗୃହମନ୍ତ୍ରୀ ଅମିତ ଶାହାଙ୍କ କାରକେଡକୁ ପିଛା କରିବା ଅଭିଯୋଗରେ ଦୁଇ ଗିରଫ

ନୂଆଦିଲ୍ଲୀ,୨୦/୦୭: ଗୃହମନ୍ତ୍ରୀ ଅମିତ ଶାହାଙ୍କ କାରକେଡକୁ ପିଛା କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ରାଂଚି ପୁଲିସଙ୍କ ମତରେ ଆଜି ସକାଳୁ ରାଂଚି ବିମାନବନ୍ଦରରୁ ସେ କାର୍ୟ୍ୟକ୍ରମ ସ୍ଥଳକୁ ଯାଉଥିବା ସମୟରେ ଦୁଇ ମଦ୍ୟପ ତାଙ୍କ କାରକେଡକୁ ପିଛା କରିଥିଲେ । ସନ୍ଦେହ ପ୍ରକାଶ ପାଇବା ପରେ ପ୍ରଥମେ ଜେରା ଓ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା କାରଣରୁ କାରକେଡ ଭିତରକୁ ପଶିବା ଉଦ୍ୟମ କରି ଉଭୟ ଫେଲ ମାରିଥିଲେ ।