ଦକ୍ଷିଣ ଆମେରିକାର ୭.୩ ତୀବ୍ରତାର ସହ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ,୧୯/୦୭: ଦକ୍ଷିଣ ଆମେରିକାର ଚିଲିରେ ଭୀଷଣ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିବା ରେକର୍ଡ କରାଯାଇଛି । ସାମ ପେତ୍ରାଦା ଆଟାକାମା ସହରର ୪୧ କିମି ଦକ୍ଷିଣ ପୂର୍ବରେ ୧୨୮ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ର ସୃଷ୍ଟି ହୋଇଛି । ତେବେ ଏହାପରେ କୌଣସି ସୁନାମୀର ସୂଚନା ଦିଆଯାଇନାହିଁ କିମ୍ପା ଏଯାଏଁ କୌଣସି କ୍ଷୟକ୍ଷତିର ସଠିକ ସୂଚନା ମିଳିନାହିଁ ।