କମ୍ବିଂ ଅପରେସନ ବେଳେ ନକ୍ସଲଙ୍କ ବର୍ବର କାଣ୍ଡ, ୨ଯବାନ ସହିଦ

ଭୁବନେଶ୍ୱର,୧୮/୦୭: ଛତିଶଗଡ ବିଜାପୁରର ମଣ୍ଡିମରକା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ନକ୍ସଲ ବିସ୍ଫୋରଣ ଘଟାଇଥିଲେ । ଯାହା ଫଳରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଜଣଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ହେଲିକପ୍ଟରରେ ରାୟପୁର ପଠାଯାଉଛି।ସହିଦ ହୋଇଥିବା ଯବାନ ମାନେ ଭରତଲାଲ ସାହୁ ଓ ସତେର ସିଂ। ସେହିଭଳି ଆହତ ହୋଇଥିବା ଯବାନ ମାନେ ହେଲେ ପୁରୁଷୋତ୍ତମ ନାଗ, କୋମଳ ଯାଦବ, ସିୟାରାମ ସୌରୀ ଓ ସଞ୍ଜୟ କୁମାର ବୋଲି ଜଣାପଡିଛି।