ଝାରସୁଗୁଡାରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର, ଉଚ୍ଛେଦ ହେଲା ଜବର ଦଖଲ

ଭୁବନେଶ୍ୱର,୧୮/୦୭: ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର । ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢାଇ ଜବର ଦଖଲ ଉଛେଦ ହୋଇଛି । ସେହିପରି ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବର ଦଖଲ ଉଛେଦ କରାଯିବ ବୋଲି କୁହାଯାଇଛି । ଏମଡି ସୋନୁ ନାମରେ ଚାରୋଟି ଅପରାଧିକ ମାମଲା ରହିଛି । ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩୦ ଟି ଅପରାଧିକ ମାମଲା ରହିଛି । ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଛେଦ କରାଯାଇଛି ।