ଖୋଲିଲା ଭିତର ରତ୍ନଭଣ୍ଡାର, ଭିତରକୁ ପ୍ରବେଶ କଲେ ୧୧ ଜଣିଆ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର ,୧୮/୦୭: ଖୋଲିଲା ଭିତର ରତ୍ନଭଣ୍ଡାର । ବାହାର ଭଣ୍ଡାର ପରେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କଲେ ୧୧ ଜଣିଆ ସ୍ୱତନ୍ତ୍ର ଟିମ୍ । ବାହାରେ ପ୍ରଥମେ ଲୋକନାଥ ମହାପ୍ରଭୁଙ୍କୁୁ ପୂଜାର୍ଚ୍ଚନା କରାଯିବା ପରେ ଜଉମୁଦ ଲାଗିଥିବା ଚାବିରେ ତାଲା ଖୋଲାଯାଇଥିବା ସୂଚନା ରହିଛି । ଏହାପରେ ଭିତର ରତ୍ନଭଣ୍ଡାରକୁ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସପି ପ୍ରବେଶ କରିଥିବା ଜଣାପଡିିଛି । ଟିମ୍ ସହ ଭିତର ଭଣ୍ଡାରକୁ ଯାଇଛନ୍ତି ଓଡ୍ରାଫ ଟିମ୍ । ଭିତର ଭଣ୍ଡାରକୁ ଆଲୋକିକରଣ କରାଯିବା ସହ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଉଛି ।ତେବେ ଭିତର ଭଣ୍ଡାର ଭିତରେ କ’ଣ ଅଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।